• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ବିଭାଗର ଲକ୍ଷ୍ୟ ଓ ଉଦେଶ୍ୟ :-

  • ଗୁଣାତ୍ମକ ବିହନ ବିତରଣ ବ୍ୟତୀତ ବିହନ ଗ୍ରାମ ଯୋଜନା ଅନ୍ତର୍ଗତ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ଓ ଖ୍ୟାତି ସଂପନ୍ନ ସଂସ୍ଥା ସହଭାଗୀତାରେ ବିହନ ପ୍ରତିବଦଳ ହାର ଓ କିସମ ପ୍ରତିବଦଳ ହାର ବୃଦ୍ଧି କରିବା ।
  • ସମନ୍ୱିତ ଖାଦ୍ୟସାର ପରିଚାଳନା ସହିତ ସନ୍ତୁଳିତ ସାର ପ୍ରୟୋଗ ସକାଶେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଏବଂ ତଦ୍ନୁଯାୟୀ ସାର ପ୍ରୟୋଗ ବିଧି ସୁପାରିଶ କରିବା ।
  • ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଓ କୃଷି ଉତ୍ପାଦ ପ୍ରଭାବକାରୀ ମାନରେ ଉନ୍ନତି ଆଣିବା ସକାଶେ କୃଷି ଯାନ୍ତ୍ରିକୀକରଣ ଓ ଚାଷଯୁକ୍ତ ଜଳସେଚନ ପଦ୍ଧତିକୁ ପ୍ରେତ୍ସାହିତ କରିବା ।
  • ଢିପ ଜମିରେ ଧାନ ବଦଳରେ ଅଧିକ ଲାଭଦାୟକ ଫସଲ ଚାଷ ଓ ପତିତ ଧାନ ଜମିରେ ସ୍ୱଳ୍ପ ଜଳସେଚନ ସହିତ ଡାଲି ଓ ତୈଳବୀଜ ଫସଲ ଚାଷ କରିବା ।
  • ସେଚ କୂପ,ନଦୀ ଉଠାଜଲସେଚନ ପ୍ରକଳ୍ପ, ଗଭୀର ନଳକୂପ,ଆଦି ପ୍ରତିଷ୍ଠା କରି ଭୂତଳ ଜଳ ଓ ପ୍ରବାହିତ ଜଳର ସୁବିନିଯୋଗ କରିବା ।
  • ସ୍ଥାୟୀ କୃଷି ନିମନ୍ତେ ଜୈବ କୃଷି ଓ ସମନ୍ୱିତ କୃଷିକୁ ପ୍ରୋତ୍ସାହିତ କରିବା ।
  • ଇ-ରୋଗ ପୋକ ସର୍ବେକ୍ଷଣ ଓ ସମନ୍ୱିତ ରୋଗ ପୋକ ପରିଚାଳନା ଦ୍ୱାରା ରୋଗ ପୋକ ପରିଚାଳନା କରିବା ।
  • କୃଷି ବୈଷୟିକ ଜ୍ଞାନକୌଶଳର ଫଳପ୍ରଦ ସଂପ୍ରସାରଣ ଓ କୃଷକମାନଙ୍କ ଆବଶ୍ୟକତା ଅନୁସାରେ ସେବା ପ୍ରଦାନକାରୀ ଉପାଦାନ ଯୋଗାଣ ସକାଶେ କୃଷି ସଂପ୍ରସାରଣକୁ ଦୃଢିଭୂତ କରିବା ।
  • କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ।
  • ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ।
  • ଫଳପ୍ରଦ ସଂପ୍ରସାରଣ ସକାଶେ ଭିତ୍ତିଭୂମି ବିକାଶ ଓ ସୁଦୃଢିକରଣ ।
  • କୃଷି କ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ଓ କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ ।
  • କୃଷି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଓ ସହାୟତା ସିଧାସଳଖ ଚାଷୀଙ୍କ ଖାତାକୁ ପ୍ରେରଣ କରାଯାଉଛି ।
  • କୃଷକ, କୃଷି କର୍ମଚାରୀ ଓ କୃଷି ସହ ଜଡିତ ଅନ୍ୟାନ୍ୟ ସଂସ୍ଥାମାନଙ୍କର ଦକ୍ଷତା ବୃଦ୍ଧି କରିବା ।

ସେବାଗୁଡ଼ିକର ନାମ

ବର୍ତ୍ତମାନ ଏହି କାର୍ଯ୍ୟଳରେ ଚାରି ଗୋଟି ସେବା କାର୍ଯ୍ୟକାରୀ ହେଉଅଛି ସେଗୁଡିକ ଯଥା ଅନ୍ ଲାଇନ୍ ବିହନ ଲାଇସେନ୍ସିଂ,ଫର୍ଟିଲାଇଜର ଲାଇସେନ୍ସିଂ,କୀଟନାସକ ଲାଇସେନ୍ସିଂ ଏବଂ ମୃତ୍ତିକା ସ୍ୱାସ୍ଥ କାର୍ଡ |
କୃଷି ସେବାଗୁଡିକର ସମୟସୀମା ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

କାର୍ଯ୍ୟକ୍ରମ ଓ ଯୋଜନା ମାନଙ୍କର ନାମ

କୃଷି ନିର୍ଦ୍ଦେଶାଳୟ ବିଭିନ୍ନ ପ୍ରକାର ଚାଷ ଯୋଜନା ପାଇଁ ସଂପ୍ରସାରଣ ସେବା ଯୋଗାଇ ଦେଇଥାନ୍ତି । ଏହି କାର୍ଯ୍ୟକ୍ରମ ଗୁଡିକ ରାଜ୍ୟ ଯୋଜନା ଓ କେନ୍ଦ୍ର ଯୋଜନା ଯଥା- ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, କୃଷି ସଂପ୍ରସାରଣ ଓ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ, ଚିରପୋଷ୍ୟମାନ କୃଷି ପାଇଁ ଜାତୀୟ ମିଶନ, ଜାତୀୟ ତୈଳବୀଜ ଓ ତାଳତେଲ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା । କୃଷି ସଂପ୍ରସାରଣ ଏବଂ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ ଚାରିଭାଗରେ ବିଭକ୍ତ ଯଥା – କୃଷି ଯାନ୍ତ୍ରିକକରଣ ଉପମିଶନ, ବିହନ ଓ ରୋପଣ ଦ୍ରବ୍ୟ ଉପମିଶନ, କୃଷି ସଂପ୍ରସାରଣ ଉପମିଶନ ଏବଂ ଫସଲ ସୁରକ୍ଷା ଓ ଫସଲ କ୍ୱାରେଣ୍ଟାଇନ ଉପମିଶନ । ରାଜ୍ୟ ଯୋଜନାରେ ଧାଡି ବୁଣା, ଧାଡି ରୁଆ, ଶ୍ରୀ ପଦ୍ଧତିରେ ଧାନ ଚାଷ, ବିହନ ବିଶୋଧନ ଅଭିଯାନ, ଜଳନିଧି, ବିଜୁ କୃଷକ କଲ୍ୟାଣ ଯୋଜନା ଇତ୍ୟାଦି କାର୍ଯ୍ୟକାରୀ ହେଉଅଛି ।

ଋତୁ ଅନୁଯାୟୀ ଚାଷ ହେଉଥିବା ଫସଲ-

ଧାନ,ମକା,ମୁଗ,ବିରି, ଜୋଆର,ଚିନାବାଦାମ,ଅନ୍ୟାନ୍ୟ ପନିପରିବା ।

ସ୍ୱତନ୍ତ୍ର ଚାଷ ହେଉଥିବା ଫସଲ-

କପା ଚାଷ ଓ ଚିନାବାଦାମ |

ହେଲ୍ପଲାଇନ୍ ନଂ:

(କ)କୃଷକ ଯୋଗାଯୋଗ କେନ୍ଦ୍ର – ୧୮୦୦୧୮୦୧୫୫୧
(ଖ)(ଏ.ପି.କ.ଲ):- ୦୬୭୪-୨୩୫୪୧୨୫,୨୩୫୪୦୦୬