• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ସ୍ୱାସ୍ଥ୍ୟ

ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଓ ରାଜ୍ୟର ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ତ୍ର। କେନ୍ଦ୍ର ନିରବଚ୍ଛିନ୍ନ ଓ ନିସ୍ଵାର୍ଥପର ଭାବରେ ସରକାରୀ ଯୋଜନା ମୁତାବକ ଚେଷ୍ଟାକରି ଆସୁଛି । ଜିଲ୍ଲା ପ୍ରଶାସନ ଜିଲ୍ଲାର ସ୍ୱାସ୍ଥ୍ୟ ମାନବୃଦ୍ଧି ପାଇଁ ବିଭିନ୍ନ ଯୋଜନରେ ରୂପାୟନ କରିବ।ରେ ସର୍ବଦା ଚେଷ୍ଟିତ । ବିଶେଷ ଭାବରେ ଆଦିବାସୀ ଏବଂ ଅନଗ୍ରସର ଅଞ୍ଚଳରେ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା,ଟୀକାକାରଣ ପାଇଁ ସଦା ତତ୍ପର ।ନିମ୍ନରେ ଏହାର କିଛି ଲକ୍ଷ ଓ ଉଦ୍ଦେଶ୍ୟ ସୂଚିତ କରାଗଲା ।

ଉଦ୍ଦେଶ୍ୟ-

  • ଜନସାଧାରଣ ପାଇଁ ପର୍ଯ୍ୟାପ୍ତ ଗୁଣବତ୍ତା ସମ୍ପର୍କିତ ପ୍ରତିଷେଧମୂଳକ ନିଦାନ ବ୍ୟବସ୍ଥା କରିବା ।
  • ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗ ବସବାସ କରୁଥିବା ଦୁର୍ଗମ ଅଞ୍ଚଳରେ ଅଧିବାସୀଙ୍କ ପାଇଁ ନିଶ୍ଚିତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ।
  • ଏଲୋପ୍ୟାଥି ଛଡା ହୋମିଓପଥ୍ୟ ଏବଂ ଆୟୁର୍ବେଦ ସାହାଯ୍ୟରେ ଜିଲ୍ଲାର ଅଧିବାସୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା |
  • ଅପହଞ୍ଚ ଇଲକାର ପ୍ରାଥମ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାନ ଚିକିତ୍ସ।କେନ୍ଦ୍ର ଲୋକଙ୍କର ପାଖରେ ପହଞ୍ଚାଇବା |
  • ସାମଗ୍ରିକ ଭାବରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଉନ୍ନତି ଆଣିବା ।
  • ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ସଂକ୍ରମଣ ଜନିତ ରୋଗର ମୂଳପୋଛ କରିବା ।
  • ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ସହ ସେମାନଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା |
  • କେତେକ ନିଶ୍ଚିତ ସଂକ୍ରାମକ ରୋଗ ପାଇଁ ସ୍ଵତନ୍ତ୍ର ଚିକିତ୍ସ। ସହ ବିନ।ମୂଲ୍ୟରେ ଔଷଧ ଯୋଗାଇବା ।
  • ପ୍ରାଥମିକ,ଉନ୍ନୀତ,ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମି,ଔଷଧଏବଂ କର୍ମଚାରୀ ନିଯୁକ୍ତିରେ ଉନ୍ନତି ଆଣିବା |

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା:

  1. କ୍ଲିକ କରନ୍ତୁ ସୁଚୀଭୁକ୍ତ ହୋଇଥିବା ଡାକ୍ତରଖାନା ଗୁଡିକର ବିବରଣୀ (216.66 KB)
  2. କ୍ଲିକ କରନ୍ତୁ ଯୋଜନା ସମ୍ବନ୍ଧରେ ଜାଣନ୍ତୁ (ଇଂରାଜୀ) (14.27 KB)
  3. କ୍ଲିକ କରନ୍ତୁ ଯୋଜନା ସମ୍ବନ୍ଧରେ ଜାଣନ୍ତୁ (ଓଡିଆ) (65.77 KB)
  4. କ୍ଲିକ କରନ୍ତୁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ନିୟମାବଳୀF (3.79 MB)