• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଅନେକଗୁଡିଏ ଅଣଦେଖା ପାହାଡୀଇଲାକା କନ୍ଧମାଳ ଜିଲ୍ଲାରେ ରହିଅଛି, ଯାହାକି ଘାଟିଗୁଡିକର ଏକ ଅନ୍ତହୀନ ଶୃଙ୍ଖଳା ସୃଷ୍ଟିକରେ । ଏହି ଜିଲ୍ଲାର ଇତିହାସ ଅତ୍ୟନ୍ତ ମହତ୍ୱୋପୂର୍ଣା ଅଟେ ଏବଂ ତାହାର ପ୍ରମାଣ ୩ୟ ଖ୍ରୀଷ୍ଟ.ପୂର୍ବ  ଶତାବ୍ଦୀରେ ମଧ୍ୟ ମିଳିଥାଏ । ସେହି ସମୟରେ ଏହା ଏକ ଅଜୟ ଅଟଭୀକ ରାଜ୍ୟ ଭାବେ ପରିଚିତ ଥିଲା । ଜିଲ୍ଲାର ଇତିହାସରୁ ଜଣାଯାଏ ଯେ ଏହା ମୌର୍ଯ୍ୟ ସମ୍ରାଜ୍ୟ ଅଧୀନରେ ଥିଲା ।

ପରବର୍ତୀ ସମୟରେ ଏହି ପର୍ବତୀୟ ଅଟଭୀକ ରାଜ୍ୟ କନ୍ଧମାଳ ନାମରେ ପରିଚିତ ହେଲା । ଅଭିଲେଖ ମାନଙ୍କରୁ ଜଣାଯାଏ କନ୍ଧମାଳ ଜିଲ୍ଲାର ନାମକରଣ ଏଠାରେ ବସବାସ କରୁଥିବା ସାହସୀ ଖୋଣ୍ଡ ଜନଜାତିଙ୍କ ଠାରୁ ଆସିଅଚି । ଓଡିଶାର ସେସ  ସ୍ଵଦେଶୀ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟରେ ତିନୋଟି ଛୋଟ ରାଜ୍ୟ ଯଥା; ବୌଦ୍ଧ, ଘୁମସର ଓ ଖେମୁଣ୍ଡି କୁ ନେଇ ବର୍ତମାନ ସମୟର କନ୍ଧମାଳ ଜିଲ୍ଲା ଗଠିତ ହୋଇଥିଲା । ଉନବିଂଶ ଶତାବ୍ଦୀରେ ଇଂରେଜ ମାନଙ୍କ ଆଗମନକ୍ରମେ କନ୍ଧମାଳ ଜିଲ୍ଲାର ଆଧୁନିକ ଇତିହାସ ଲିପିବଦ୍ଧ କରଯାଇଥିଲା, କିନ୍ତୁ ଇଂରେଜମାନକୁ କନ୍ଧମାଳ ଜିଲ୍ଲା ଶାସନ କରିବାରେ ବହୁତ ବିରୋଧ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲ ।

ଭଞ୍ଜବଂଶୀ ଶାସକମାନେ ୧୮୩୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କନ୍ଧମାଳକୁ ନିଜ ଅଧୀନରେ ରଖି ଶାସନ କରିଥିଲେ ।କନ୍ଧମାଳ ଇତିହାସ ଅନୁସାରେ ବର୍ତମାନର କନ୍ଧମାଳ ଜିଲ୍ଲାଉପଖଣ୍ଡ ଓ ବାଲିଗୁଡାକ୍ଷେତ୍ର ଗଙ୍ଗବଂଶୀ ଶାସକଙ୍କ ଦ୍ଵାରା ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଶାସିତ ହୋଇଥିଲା । ୧୮୩୦ ଓ ୧୮୮୦ ଖ୍ରୀଷ୍ଟାବ୍ଦ ସମୟରେ ଇଂରେଜ ମନେ ଗଙ୍ଗବଂଶୀ ସମର୍ଥିତ ପାହାଡୀ ଶାସକଙ୍କୁ ପରାସ୍ତକରି କନ୍ଧମାଳ ଜିଲ୍ଲାକୁ ଅଧିକାର କରିଥିଲେ । କନ୍ଧମାଳ ଜିଲ୍ଲା ଯାହାକି ମୂଳତଃ ବୌଦ୍ଧ ଜିଲ୍ଲାର ଅଂସ ଥଲା, ତାହା ଅତ୍ୟନ୍ତ ଜଟିଳ ଐତିହାସିକ ସମୟମଧ୍ୟ ଦେଇ ଗତିକରିଥିଲା ।

ବର୍ତମାନ ସମୟର କନ୍ଧମାଳ ଜିଲ୍ଲା ୧୯୫୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବୌଦ୍ଧର ଏକ ଅଭିର୍ଣ୍ଣଅଙ୍ଗ ଥିଲା । ଇଂରେଜଙ୍କ ଶାସନକାଳରେ ହିଁ  ବୌଦ୍ଧ ଜିଲ୍ଲାର ବିଭକ୍ତିକରଣ ହୋଇ କନ୍ଧମାଳ ଜିଲ୍ଲା ଗଠିତ ହୋଇଥିଲା ।